Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଚାରିପଟେ ଲାଗିଲା ଲାଇଟ୍, ଆଲୋକମାଳାରେ ପୁଣି ଝଲସିବ ବଡ଼ ଦେଉଳ

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚମକିବ ଶ୍ରୀମନ୍ଦିର। କାରଣ ଖବର ପରିବେଷଣ ପରେ ଶ୍ରୀମନ୍ଦିର ଚାରିପଟୁ କଢ଼ା ଯାଇଥିବା ଲାଇଟ୍‌ ଗୁଡ଼ିକୁ ପୁଣି ଲଗା ଯାଉଛି। ଆଜି ସଂଧ୍ୟାରୁ ଆଲୋକମାଳାରେ ପୁଣି ଝଲସିବ ଶ୍ରୀମନ୍ଦିର ଚର୍ତୁପାଶ୍ୱ। ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିପଟେ ଲାଇଟ୍ ଲଗାଇବା କାମ ଆରମ୍ଭ ହୋଇଛି । ଅନ୍ୟପଟେ ମୁଖ୍ୟ ଶାସନ ସଚିବ ପୁରୀ ଶ୍ରୀମନ୍ଦିରରେ ପହଂଚି ଲାଇଟ ଲଗାଇବା କାମର ତଦାରଖ କରିଛନ୍ତି।

ସବୁଠୁ ବଡ଼କଥା ହେଲା କାଢିଥିବା ସଂସ୍ଥାକୁ ବାଦ ଦେଇ ନୂଆ ସଂସ୍ଥାକୁ ଡାକି ଲାଇଟ୍ ଲଗାଗଲା। ଲାଇଟ କଢାଯିବା ଘଟଣାରେ ୪ ଜଣଙ୍କୁ ପୁଲିସ ଅଟକ ରଖିଛି। ସୂଚନା ଯୋଗ୍ୟ, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା। ମନ୍ଦିର ଚାରିପାର୍ଶ୍ୱରେ ଏକାଧିକ ଲାଇଟ୍ ଲଗାଯାଇଥିଲା।

ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା। ଯାହା ଫଳରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ରାତିରେ ମଧ୍ୟ ଦୂରକୁ ସ୍ପଷ୍ଟ ଦେଖା ଯାଉଥିଲା। କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସେସବୁ ଲାଇଟ୍ ଗୁଡିକୁ ଖୋଲି ନିଆଯାଇଥିଲା।

Leave A Reply

Your email address will not be published.