Odisha Link
Bridging the Missing Links in Odisha

୧୦ରେ ବସିବ ବିଜେପି ବିଧାୟକ ଦଳ ବୈଠକ, ସେହି ଦିନ ହିଁ ଶପଥ ନେବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ନୂଆ ସରକାର ଗଠନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେବି ଅଙ୍କକଷା ଚାଲିଛି। ଅନ୍ୟପଟେ ଆଜି ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ହେବାର ଥିଲା। ହେଲେ ଆଜି ହେବ ନାହିଁ। ଜୁନ୍‌ ୧୦ ତାରିଖରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଆଉ ଏହି ବୈଠକରେ ସମସ୍ତ ବିଜୟୀ ବିଧାୟକ ଉପସ୍ଥିତ ରହିବା ପାଇଁ ମଧ୍ୟ ଅବଗତ କରାଯାଇଛି।

ଆଜି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଦିଲ୍ଲୀରୁ ଫେରିବେ। ତାଙ୍କ ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଦଳର କେତେକ ବରିଷ୍ଠ ନେତା ମଧ୍ୟ ଭୁବନେଶ୍ବର ଫେରି ବାର ସୂଚନା ମିଳିଛି। ତେବେ ୧୦ ତାରିଖରେ ହେବାକୁ ଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଜଣାଇବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ବିଧାୟକ ଦଳର ସହମତି ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବ। ଆଉ ସେହି ଦିନ ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.