Odisha Link
Bridging the Missing Links in Odisha

ପୁଣି ଆଲୋକିତ ହେବ ଶ୍ରୀମନ୍ଦିର ଚାରିପଟ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଦଳିଛି ୨୪ ବର୍ଷର ସରକାର। ବଦଳିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀ ପାଇବ ଓଡ଼ିଶା। ଏସବୁ ମଧ୍ୟରେ ରାଜ୍ୟରେ ବିଜେଡି ସରକାରବ ବଦଳିବା ପରେ ହଠାତ୍‌ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଲାଇଟ୍‌ ଖୋଲି ନେଇଗଲା ଠିକା ସଂସ୍ଥା। ଯାହାକୁ ନେଇ ସାରା ରାଜ୍ୟରେ ତର୍କ ବିତର୍କ ଲାଗି ରହିଛି। ଏଭଳି ଖବର ପ୍ରସାରଣ ହେବା ପରେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ ଏ ବିଷୟ ପ୍ରତି ନଜର ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଏଭଳି ଘଟଣାକୁ ଗୁରୁତ୍ବର ସହ ନେଇ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଶ୍ରୀମନ୍ଦିର ଚାରିପଟ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଲାଇଟ୍‌ ବନ୍ଦ ଘଟଣାରେ ଯିଏ ବି ଦୋଷୀ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ସେହିପରି ପୁଣିଥରେ ଲାଇଟ୍‌ ଗୁଡ଼ିକ ଲଗାଇବାର ସ୍ଥାୟୀ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଆଲୋକୀକରଣ ବନ୍ଦ ହେବା ପଛର କାରଣ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ୫୦୦ଟି ଫୋକସ ଲାଇଟକୁ କାଢ଼ିନେଇଛି ସମ୍ପୃକ୍ତ ଠିକା ସଂସ୍ଥା । ଖାଲି ଚାରିପଟେ ଠିଆ ହୋଇ ରହିଛି ଲାଇଟର ଷ୍ଟାଣ୍ଡ । ଅପରପକ୍ଷେ ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ସଜ୍ଜିତ ହୋଇଥିବା ସେହି ଲାଇଟ ସବୁକୁ ନେଇ ଯାଇଛି ସମ୍ପ୍ରୁକ୍ତ ଠିକା ସଂସ୍ଥା ।

Leave A Reply

Your email address will not be published.