Odisha Link
Bridging the Missing Links in Odisha

ଆଇପିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ ଉଠିଲା

ଓଏଲ୍‌ ବ୍ୟୁରୋ: ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଡିଏସ କୁଟ୍ଟେଙ୍କୁ ଆଶ୍ବସ୍ତି। ନିର୍ବାଚନ କମିଶନର ତାଙ୍କ ଚାକିରିରୁ ନିଲମ୍ବନ ଆଦେଶ ଉଠାଇ ନେଇଛନ୍ତି। ସେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ରିପୋର୍ଟ କରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ଓ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ମେ’ ୨୮ ତାରିଖରେ ଆଇପିଏସ୍ ଅଫିସର ଡିଏସ କୁଟ୍ଟେଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆଇପିଏସ୍ ଅଫିସର ନିର୍ବାଚନୀ ଗତିବିଧିରେ ସମ୍ପୃକ୍ତ ଥିବାର ସିଧାସଳଖ ପ୍ରମାଣ ବାରମ୍ବାର ମିଳିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ନିର୍ବାଚନ କମିଶନର।

ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡିଏସ୍ କୁଟ୍ଟେଙ୍କୁ ଚାକିରିରୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରାଯଇଥିଲା। ଏଥିସହିତ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ମେ’୨୯ ଅପରାହ୍ନ ୩ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଇପିଏସ୍‌ କୁଟ୍ଟେ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଗସ୍ତ କରି ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ସେଠାରେ ତଦନ୍ତ ହୋଇଥିଲା।

ଏବେ ନିର୍ବାଚନ କମିଶନ ଆଇପିଏସ୍‌ ଡିଏସ୍‌ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ। ଏଥିସହିତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ କୁଟ୍ଟେ ରିପୋର୍ଟ କରିବେ ବୋଲି ନିର୍ଦ୍ଦେଶ ରହିଛି।

Leave A Reply

Your email address will not be published.