Odisha Link
Bridging the Missing Links in Odisha

ବିଜେଡି ଛାଡ଼ି ବିଜେପିରେ ପ୍ରସନ୍ନ ପାଟ୍ଟଶାଣୀ

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ। ବାହାରି ସାରିଛି ଫଳାଫଳ। ହେଲେ ଏବେ ବି ଚାଲିଛି ଦଳ ଡିଆଁ ପର୍ବ। ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତ ହେଉଥିବା ବେଳେ ଆଜି ପଦ୍ମ ଶିବିରେ ଯୋଗ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ୫ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀରେ ସେ ବିଜେପିରେ ସାମିଲ ହୋଇଥିବା ସୂଚନା ରହିଛି। ସୋସିଆଲ ମିଡିଆରେ ଏକ ଫଟୋ ମଧ୍ୟ ଘୁରି ବୁଲୁଛି। ଯେଉଁଥିରେ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କ କାନ୍ଧରେ ବିଜେପି ଉତରୀୟ ପକାଇଥିବା ଦେଖିବାକୁ ମିଳିଛି।

ସୂଚନାଥାଉକି, ୨୦୨୪ ଓ ୨୦୧୯ରେ ବିଜେଡି ଟିକେଟ ଆଶାୟୀ ଥିଲେ ପ୍ରସନ୍ନ ପାଟ୍ଟଶାଣୀ। କିନ୍ତୁ ବିଜେଡି ତାଙ୍କ ଉପରେ ଭରଷା କରିନଥିଲା। ବିଜେପି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି।ଏପରି ସମୟରେ ବିଜେଡି ଛାଡି ବିଜେପି ଶବିରରେ ଯୋଗ ଦେଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ।

Leave A Reply

Your email address will not be published.