Odisha Link
Bridging the Missing Links in Odisha

ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ: ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷ ପରେ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନରେ ହାରିଛି। ବିଜେପି ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ନିର୍ବାଚନ ଫଳାଫଳରେ ବିଜେଡି ହାରିବା ପରେ ଆଜି ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟର ବିକାଶ ପାଇଁ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଏଥିସହିତ ଭି କାର୍ତ୍ତିକ ପାଣ୍ଡିଆନଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି ନବୀନ ପଟ୍ଟନାୟକ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ରରେ ହାରିବାକୁ ହୁଏ ନହେଲେ ଜିତିବାକୁ ହୁଏ। ଗଣତନ୍ତ୍ରରେ ହାରଜିତ ଲାଗି ରହିଛି। ଦୀର୍ଘ ବର୍ଷ ହେବ ଓଡ଼ିଶାବାସୀ ଆଶୀର୍ବାଦ କରିଛନ୍ତି। ବାରମ୍ବାର ମୋତେ ମୁଖ୍ୟମନ୍ତ୍ରୀ ଭାବେ ବାଛିଥିଲେ। ସେଥିପାଇଁ ତାଙ୍କୁ ବିଶେଷ ଧନ୍ୟବାଦ। ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ସେ ଆହୁରି କହିଛନ୍ତି, ନିର୍ବାଚନ ହାରିଥିଲେ କିଛି କଥା ନାହିଁ। ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବା ପାଇଁ କାର୍ଯ୍ୟ ଜାରି ରଖିବି। ବିଭିନ୍ନ ପ୍ରସଙ୍ଗରେ ଭି କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ତାଙ୍କୁ ସମାଲୋଚନା କରିବା ଠିକ୍‌ ନୁହେଁ। ପାଣ୍ଡିଆନ ବହୁତ ଭଲ କାମ କରିଛନ୍ତି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

Leave A Reply

Your email address will not be published.