Odisha Link
Bridging the Missing Links in Odisha

ବ୍ରାହ୍ମଣୀରେ ବୁଡ଼ି ଚାଲଗିଲା ୨ ଜୀବନ, ଜଣେ ଛାତ୍ରୀ ଗୁରୁତର

ଓଏଲ୍‌ ବ୍ୟୁରୋ: ରାଉରକେଲା ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଆଉ ଜଣେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

ବେଦବ୍ୟାସ ମନ୍ଦିର ବୁଲିବାକୁ ଯାଇ ୬ ଛାତ୍ରଛାତ୍ରୀ ନଦୀରେ ଗାଧୋଉଥିଲେ। ପାଣିରୁ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏନଆଇଟିକୁ ଇଣ୍ଟର୍ଣ୍ଣସିପ ପାଇଁ ଆସିଥିବା ବେଳେ ଏହି ଅଘଟଣ ଘଟିଛି।

ଉଦ୍ଧାର କରାଯାଇଥିବା ୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଜଣ ସୁରକ୍ଷିତ ଅଛନ୍ତି। କିନ୍ତୁ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.