Odisha Link
Bridging the Missing Links in Odisha

ବିଜେଡି ନେତା ଉମାଙ୍କ ବିସ୍ଫୋରକ ବୟାନ, କହିଲେ-ମୁଖ୍ୟମନ୍ତ୍ରୀ କହିଲେ ବୋଲି…

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ ୨୦୨୪। ନୂଆ କରି ଓଡ଼ିଶାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି ବିଜେପି। ପରାଜୟର କାରଣ ଖୋଜୁଛି ବିଜୁ ଜନତା ଦଳ। ଏସବୁ ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ନେତା ଉମା ସାମନ୍ତରାୟ। ଏଥିସହିତ ନିିର୍ବାଚନ ହାରିବା ପରର ଅସନ୍ତୋଷ ପ୍ରକାଶ କରିଛନ୍ତି ଉମା।

ଉମା ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ୪ ଥର ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ବିଧାୟକ ହୋଇଥିବା ବେଳେ ତାଙ୍କୁ ଚକ୍ରାନ୍ତ କରି ବ୍ରହ୍ମଗିରିରୁ ଛିଡ଼ାହେବାକୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ନିଜେ ଡାକି ବ୍ରହ୍ମଗିରିରୁ ଲଢ଼ିବାକୁ କହିଥିଲେ। ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛ ଯଦି ବ୍ରହ୍ମଗିରିରୁ ନିର୍ବାଚନ ଲଢ଼ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିବା ସେ ତାଙ୍କ ବୟାନରେ କହିଛନ୍ତି।

ସେ ଅହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିବା ପରେ ବାଧ୍ୟ ହୋଇ ବିଜେଡିର ପ୍ରାର୍ଥୀ ଭାବେ ଇଚ୍ଛା ନଥାଇ ନିର୍ବାଚନ ଲଢ଼ିଥିଲି। ବହୁତ କମ୍‌ ସମୟ ମଧ୍ୟରେ ଏତେ ବଡ଼ ଅଞ୍ଚଳକୁ କଭର କରିପାରି ନଥିଲି। ଯାହାଫଳରେ ହାରିଲି ବୋଲି କହିଛନ୍ତି ଉମା। ଯଦି ବ୍ରହ୍ମଗିରି ବଦଳରେ ସତ୍ୟବଦୀରୁ ନିର୍ବାଚନ ଲଢ଼ିଥାନ୍ତି ତେବେ ସେଠାରୁ ନିଶ୍ଚୟ ଜିତିଥାନ୍ତି ବୋଲି ଉମା ସାମନ୍ତରାୟ କହିଛନ୍ତି। ଶେଷରେ ସେ କହିଛନ୍ତି, ସବୁବେଳେ ସତ୍ୟବାଦୀ ଲୋକଙ୍କ ସହିତ ଥିଲି ଏବଂ ଆଗକୁ ମଧ୍ୟ ରହିବି।

Leave A Reply

Your email address will not be published.