Odisha Link
Bridging the Missing Links in Odisha

ରାଜନୀତିରୁ ସନ୍ନ୍ୟାସ ନେଲେ ଅଚ୍ୟୁତ ସାମନ୍ତ

ଓଏଲ୍‌ ବ୍ୟୁରୋ: ରାଜନୀତିରୁ ଅବସର ଘୋଷଣା କଲେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଉଥିବା ଘୋଷଣା କରିଛନ୍ତି କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଏଥିସହିତ ୬ ବର୍ଷର ରାଜନୈତିକ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ।

ରାଜନୀତିରୁ ସନ୍ନ୍ୟାସ ନେଇ ଅଚ୍ୟୁତ ସାମନ୍ତ କହିଛନ୍ତି, ଗତକାଲି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲି। ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଥିଲି। ନବୀନ ପଟ୍ଟନାୟକଙ୍କ ସହିତ ସନ୍ନ୍ୟାସ ନେଇ ଆଲୋଚନା ମଧ୍ୟ କରିଥିଲି ବୋଲି କହିଛନ୍ତି ଶ୍ରୀ ସାମନ୍ତ। ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ସେ ସମାଜସେବାରେ ସକ୍ରିୟ ରହିବେ ବୋଲି କହିଛନ୍ତି ଅଚ୍ୟୁତ।

ସୂଚନାଥାଉକି, ପ୍ରଥମଥର ପାଇଁ ରାଜନୀତିରେ ୨୦୧୮ ମସିହା ୭ ମାର୍ଚ୍ଚରେ ଅଚ୍ୟୁତ ସାମନ୍ତ ପ୍ରବେଶ କରିଥିଲେ। ସେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ୨୦୧୮ ଏପ୍ରିଲ ୪ ତାରିଖର ସେ ରାଜ୍ୟସଭା ଯାଇଥିଲେ। ୨୦୧୯ ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ବିଜେପିର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରି ଏକ ଲକ୍ଷ ଭୋଟରେ ନିର୍ବାଚନ ଜିତିଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ପରାଜିତ ହୋଇଥିଲେ।

Leave A Reply

Your email address will not be published.