Odisha Link
Bridging the Missing Links in Odisha

ମୋଦିଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇବ ସ୍ଥାନ? ଓଡ଼ିଶାର ୨ ସାଂସଦଙ୍କୁ ପିଏମ୍‌ଓରୁ ଆସିଲା ଫୋନ୍

ଓଏଲ୍‌ ବ୍ୟୁରୋ: ଆଜି ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତେବେ ଏହାପୂର୍ବରୁ ତାଙ୍କ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଯାଇଛି। କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍ କରାଯାଇଛି। ଜଣଙ୍କ ପରେ ଜଣେ ନେତାଙ୍କୁ ପିଏମ୍‌ଓରୁ ଯାଉଛି ଫୋନ୍ କଲ୍।

ଏସବୁ ମଧ୍ୟରେ ଓଡ଼ିଶାର ୨ ଜଣ ସାଂସଦଙ୍କୁ ଫୋନ୍‌ କଲ୍‌ ଆସିଥିବା ସୂଚନା ରହିଛି। କେନ୍ଦ୍ର କ୍ୟାବିନେଟ୍‌ରେ ସାମିଲ ପାଇଁ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଓ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍‌ଙ୍କୁ ପିଏମ୍‌ଓରୁ ଫୋନ୍‌ କଲ୍‌ ଆସିଥିବା ସୂଚନା ରହିଛି।

Leave A Reply

Your email address will not be published.