Odisha Link
Bridging the Missing Links in Odisha

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଅବଧି ଆରମ୍ଭ, ମେଡିକାଲରୁ ଡିସଚାର୍ଜ ହେଲେ ବାହୁବଳୀ ବିଧାୟକ

ଓଏଲ୍‌ ବ୍ୟୁରୋ: କଟକ ବଡ଼ ମେଡିକାଲରୁ ଡିସଚାର୍ଜ ହେଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଏସସିବି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆସନ୍ତାକାଲି ଓଡ଼ିଶାର ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମରେ ରହିଛି। ଏଥିପାଇଁ ପ୍ରଶାନ୍ତଙ୍କୁ ତିନି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଖୋର୍ଦ୍ଧାରେ ଇଭିଏମ ଭଙ୍ଗା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଶାନ୍ତ।

୧୧ ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଗତ ମେ’ ୨୯ ତାରିଖରେ ସେ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାର ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ। ତାଙ୍କ ବ୍ଲଡ୍‌ ପ୍ରେସର ଓ ସୁଗାର ସ୍ତର ବଢ଼ି ଯାଇଥିବା ନେଇ ସୂଚନା ରହିଥିଲା।

ସୂଚନାଥାଉକି, ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗରେ ଗତ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଜେଲରେ ଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ ଯାହାଫଳରେ ତାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଗତ ମେ’ ୩୧ ତାରିଖରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଥିଲା। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ତେବେ ଜାମିନ ପାଇଁ ସେ ପୁଣି ଆବେଦନ କରିଥିଲେ। ଜୁନ୍ ୭ ତାରିଖରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ।

Leave A Reply

Your email address will not be published.