ମୋଦିଙ୍କ କ୍ୟାବିନେଟର ସ୍ଥାନ ପାଇଲେ ୭ ମହିଳା, ରକ୍ଷା ଖଡସେ ସବୁଠୁ କନିଷ୍ଠ ମହିଳା ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି। ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେଇଛନ୍ତି। ସେହିଭଳି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୭ ମହିଳାଙ୍କ ସ୍ଥାନ ମିଳିଛି। ଏଥିରେ ନିର୍ମଳା ସୀତାରମଣ, ଅନ୍ନପୂର୍ଣ୍ଣା ଦେବୀ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ରକ୍ଷା ଖଡସେ, ସାବିତ୍ରୀ ଠାକୁର ଏବଂ ନେମୁବେନ ବାମ୍ବନିଆ।
୬୪ ବର୍ଷୀୟ ନିର୍ମଳା ସୀତାରମଣ ରାଜ୍ୟସଭାର ସାଂସଦ। ସେହିଭଳି ୫୫ ବର୍ଷୀୟ ଅନ୍ନପୂର୍ଣ୍ଣା ଦେବୀ ଝାଡଖଣ୍ଡର କୋଡର୍ମା ଆସନରୁ ନିର୍ବାଚନ ଜିତିଛନ୍ତି। ଏଥି ସହିତ, ରକ୍ଷା ଖଡସେ ହେଉଛନ୍ତି ମୋଦି କ୍ୟାବିନେଟର ସବୁଠାରୁ କନିଷ୍ଠ ମହିଳା ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି।
ମୋଦି ସରକାରରେ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଓଡିଶାରୁ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ, ପରେ ଜୁଏଲ ଓରାମ ଏବଂ ଶେଷରେ ଅଶ୍ୱିନୀ ବୈଷ୍ନବ ଶପଥ ଗ୍ରହଣ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଏଥର ଲୋକସଭାରୁ ନିର୍ବାଚିତ ହୋଇ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ସେହିପରି ଜୁଏଲ ଓରାମ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବେଳେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।
୨୦୧୪ରେ ୨ଜଣ, ୨୦୧୯ରେ ୩ଜଣ ଏବଂ ୨୦୨୪ରେ ମଧ୍ୟ ତିନି ଜଣଙ୍କୁ ଓଡିଶା କୋଟାରୁ ମୋଦି ସରକାରରେ ସ୍ଥାନ ମିଳିଛି । ତିନି ଥର ସରକାରରରେ ପ୍ରଥମ ଥର ପାଇଁ ତିନି ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି। ଏଥର ଓଡିଶାରୁ ବିଜେପି ୨୧ଟିରୁ ୨୦ଟିରେ ବିଜୟୀ ହୋଇଛି।