ଏବେ ୭ ରାଜ୍ୟରେ ପୁଣି ହେବ ନିର୍ବାଚନ, ୧୩ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ
ଓଏଲ୍ ବ୍ୟୁରୋ: ସାରା ଦେଶରେ ଶେଷ ହୋଇଛି ଲୋକସଭା ନିର୍ବାଚ। ଫଳାଫଳ ପ୍ରକାଶ ପାଇବା ପରେ ନୂଆ ସରକାର ବି ଗଠନ ସରିଛି। ଳଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଏଥିସହିତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ଶେଷ ହୋଇ ସାରିଛି। ଏସବୁ ମଧ୍ୟରେ ଦେଶର ଆଉ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ।
ଦେଶର ୭ଟି ରାଜ୍ୟର ୧୩ଟି ବିଧାନସଭାରେ ଉପନିର୍ବାଚନ ହେବ। ୧୩ଟି ବିଧାନସଭା ଆସନରେ ଜୁଲାଇ ୧୦ ତାରିଖରେ ମତଦାନ ହେବ। ଏଥିସହିତ ଜୁଲାଇ ୧୩ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ବିହାରର ଗୋଟିଏ ଆସନ, ପଶ୍ଚିମବଙ୍ଗର ୪, ତାମିଲନାଡୁର ଏକ, ଉତ୍ତରାଖଣ୍ଡର ୨, ପଞ୍ଜାବରେ ଏକ, ହିମାଚଳ ପ୍ରଦେଶର ୩ଟି ଆସନରେ ମତଦାନ ହେବ।
ଉତ୍ତର ପ୍ରଦେଶର ୯ଟି ଆସନରେ ମଧ୍ୟ ଉପନିର୍ବାଚନ ହେବ। କାରଣ ୯ଜଣ ବିଧାୟକ ଏବେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଉତ୍ତର ପ୍ରଦେଶ ଉପନିର୍ବାଚନକୁ ନେଇ ବିଜ୍ଞପ୍ତି ପ୍ରକାଶ କରିନି ନିର୍ବାଚନ କମିଶନର।
ଜୁନ୍ ୧୪ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଜୁନ୍ ୨୧ ତାରିଖ ରହିଛି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ। ଜୁନ୍ ୨୪ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଜୁନ୍ ୨୬ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି। ଜୁଲାଇ ୧୦ରେ ନିର୍ବାଚନ ହେବାକୁ ଥିବାବେଳେ ଜୁଲାଇ ୧୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।