Odisha Link
Bridging the Missing Links in Odisha

ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ

ଓଏଲ୍‌ ବ୍ୟୁରୋ: ମୋଦି ୩.୦ର ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କ୍ୟାବିନେଟ ବୈଠକ। ମୋଦିଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ଚାଲୁ ରହିଛି। ଏହି ବୈଠକରେ ଜେପି ନଡ୍ଡା, ଅମିତ ଶାହ ଓ ରାଜନାଥ ସିଂ ଉପସ୍ଥିତ ଅଛନ୍ତି।

ସେହିପରି ବୈଠକରେ ସର୍ବାନନ୍ଦ ସୋନୱାଲ ଓ ଗିରିରାଜ ସିଂ ମଧ୍ୟ ଉପସ୍ଥିତ ରହିଛନ୍ତି। ଏପଟେ ଗତକାଲି ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ ବି ବିଭାଗ ବଣ୍ଟନ ହୋଇନାହିଁ ତେଣୁ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ତାହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ବଢିଛି।

Leave A Reply

Your email address will not be published.