Odisha Link
Bridging the Missing Links in Odisha

ଆରମ୍ଭ ହେଲା ଶ୍ରୀମନ୍ଦିର ୪ଦ୍ବାର ଖୋଲିବା ପ୍ରକ୍ରିୟା, ଖୁବଶୀଘ୍ର ଖୋଲିବ ୪ ଦ୍ବାର

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଏବେ ଆସିଛି, ଦଳ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସମୟ। ସରକାର ଗଠନ କରିବାର ୬ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି। ବୁଧବାର ଦିନ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତାପୂର୍ବରୁ ଆରମ୍ଭ ହେଲା ଶ୍ରୀମନ୍ଦିର ୪ଦ୍ବାର ଖୋଲିବା ପ୍ରକ୍ରିୟା।

ମିଳିଥିବା ସୂଚନା ମୁତାବକ, ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିରର ୪ ଦ୍ବାର। ଶ୍ରୀମନ୍ଦିର ୪ଦ୍ବାର ଖୋଲିବା ନେଇ ସ୍ଥିତି ଅନୁଧ୍ୟାନ କଲେ ଟିମ୍। ଦିନେ କିମ୍ବା ଦୁଇ ଦିନରେ ଦ୍ବାର ଖୋଲିବା ପାଇଁ ହେବ ବ୍ୟବସ୍ଥା। ଜିଲ୍ଲପାଳଙ୍କ ବୈଠକରେ ହୋଇଥିବା ନିଷ୍ପତ୍ତି ଆଧାରରେ ଦ୍ବାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply

Your email address will not be published.