Odisha Link
Bridging the Missing Links in Odisha

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ପିଏମ୍ ଆବାସ ଯୋଜନାରେ ହେବ ଆଉ ୩ କୋଟି ଘର

ଓଏଲ୍‌ ବ୍ୟୁରୋ: ମୋଦି ୩.୦ର ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କ୍ୟାବିନେଟ ବୈଠକ। ମୋଦିଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ଚାଲୁ ରହିଛି। ତେବେ ମୋଦିଙ୍କ ତୃତୀୟ ପାଳିରେ ଦ୍ବିତୀୟ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର ନିର୍ମାଣ ହେବ। ନୂଆ ଘରେ ବିଜୁଳି, ଗ୍ୟାସ ଓ ପାଣି ସଂଯୋଗ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.