Odisha Link
Bridging the Missing Links in Odisha

ବୁଧବାର ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ବିଜେଡି ସୁପ୍ରିମୋ ନବୀନଙ୍କୁ ବିଜେପିର ନିମନ୍ତ୍ରଣ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି। ଏଥିସହିତ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି ଓଡ଼ିଶା ବିଜେପି।

ଆଜି ନବୀନ ନିବାସ ଯାଇ ନିମନ୍ତ୍ରଣ କରିଛନ୍ତି ବିଜେପିର ୫ ବରିଷ୍ଠ ନେତା। ବିଜେପି ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଓ ସମୀର ମହାନ୍ତି ନବୀନ ନିବାସ ଯାଇ ନିମନ୍ତ୍ରଣ କରିଛନ୍ତି। ନବୀନ ବାବୁ ନିଶ୍ଚିତ ଭାବେ ଶପଥ ଗ୍ରହଣ ଉତ୍ସବରେ ପହଁଞ୍ଚିବେ ବୋଲି କହିଛନ୍ତି ମନମୋହନ ସାମଲ।

Leave A Reply

Your email address will not be published.