Odisha Link
Bridging the Missing Links in Odisha

ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ପଦରୁ କୁନା ତ୍ରିପାଠୀଙ୍କ ଇସ୍ତଫା

ଓଏଲ୍‌ ବ୍ୟୁରୋ: ଦୁଇ ଦଶନ୍ଧି ପରେ ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ସରକାର ଗଠନ ପାଇ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ବିଭିନ୍ନ ନିଗମର ଜଣଙ୍କ ପରେ ଜଣେ ଅଧ୍ୟକ୍ଷ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି କୁନା ତ୍ରିପାଠୀ।

ଗତକାଲି ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦ ସୁବାଷ ମହାରାଣା ଦେଇଥିବା ବେଳେ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଚିନ୍ମୟ କୁମାର ସାହୁ। କୁନା ତ୍ରିପାଠୀ ୨୦୧୮ ମସିହାରୁ ମେ ୧୦ ତାରିଖରୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

Leave A Reply

Your email address will not be published.