Odisha Link
Bridging the Missing Links in Odisha

ଜୁନ୍‌ ୨୪ରୁ ଲୋକସଭାର ସ୍ବତନ୍ତ୍ର ଅଧିବେଶନ, ୨୬ରେ ବାଚସ୍ପତି ନିର୍ବାଚନ

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨୪ ତାରିଖରେ ଅନୁଷ୍ଠିତ ହେବ ଲୋକସଭାର ସ୍ବତନ୍ତ୍ର ଅଧିବେଶନ। ଏହା ହେବ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ଅଧିବୋନ। ଆସନ୍ତା ଜୁନ୍‌ ୨୪ରୁ ଜୁଲାଇ ୩ ଯାଏଁ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ବସିବ। ସେହିପରି ଜୁନ୍‌ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

ଏହି ଆଠ ଦିନରେ ବାଚସ୍ପତି ନିର୍ବାଚନ ସହ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ଅଧିବେଶନର ପ୍ରଥମ ଓ ଦ୍ୱିତୀୟ ଦିନ ସାଂସଦମାନେ ଶପଥ ଗ୍ରହଣ କରିବେ ଏବଂ ଜୁନ୍‌ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ।

Leave A Reply

Your email address will not be published.