ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା ଜାରି, ସୁରକ୍ଷା ଦାୟିତ୍ବରେ ୬୭ ପ୍ଲାଟୁନ ଫୋର୍ସ
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ପ୍ରଥମଥର ପାଇଁ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ବୁଧବାର ଦିନ ୨ଟାରୁ ସନ୍ଧ୍ୟା ୭ କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏଁ ଟ୍ରାଫିକ କଟକଣା ଲାଗିବ। ବିଶେଷ ଭାବେ ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ମନା। ଏହି ସବୁ ସୁରକ୍ଷା ଦାୟିତ୍ବରେ ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ବ ଦିଆଯାଇଥିବା ସୂଚନା ଦେଇଛନ୍ତି ସଞ୍ଜୀବ ପଣ୍ଡା।
ସେ ଆହୁରି କହିଛନ୍ତି, ଜନତା ମଇଦାନ ସୁରକ୍ଷା ଦାୟିତ୍ବ ତଦାରଖ କରିବେ ଆଇଜି ପ୍ରବୀଣ କୁମାର। ଡିଆଇଜି ସାର୍ଥକ ଷଡ଼ଙ୍ଗୀ ବିମାନ ବନ୍ଦର, ଉମାଶଙ୍କର ଦାସ ଟ୍ରାଫିକ ଦାୟିତ୍ବ ବୁଝିବେ। ସେହିପରି ୧୩ ଡିସିପି, ୧୮ ଏଡିସିପି ର୍ୟାଙ୍କ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ।
ଟ୍ରାଫିକ କଟକଣା ଉପରେ ପକାନ୍ତୁ ନଜର