Odisha Link
Bridging the Missing Links in Odisha

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ଚନ୍ଦ୍ରବାବୁ ନାଇଡୁ

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡା ଉପକଣ୍ଠରେ ଥିବା କେସରପାଲ୍ଲୀର ଗାନ୍ନାଭାରାମ ବିମାନବନ୍ଦର ସମ୍ମୁଖରେ ଥିବା ମେଡା ଆଇଟି ପାର୍କ ନିକଟରେ ଶପଥ ଗ୍ରହଣ ଉତ୍ସବ ଚାଲିଛି। ଏହି ଉତ୍ସବରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ।

ମୁଖ୍ୟମନ୍ତ୍ରୀଙ୍କ ସମେତ ୨୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି। ଏନ ଚନ୍ଦ୍ରବାବୁ ନାଇଡୁ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସବୁଠୁ ବଡ଼କଥା ହେଲା ପାଓ୍ବାର ଷ୍ଟାର ପଓ୍ବନ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.