Odisha Link
Bridging the Missing Links in Odisha

ପରଲୋକରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପିଏ

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ତା ପୂର୍ବରୁ ଆସିଛି ବଡ଼ ଖବର। ଭୁବନେଶ୍ୱର ୟୁନିଟ-୮ ଡେଲଟା ବ୍ରହ୍ମାକୁମାରୀ ଆଶ୍ରମ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା ଦୁଇ କାର୍‌ ମଝିରେ ଏକ ବାଇକ ଚାପି ହୋଇଯିବାରୁ ଚାଳକଙ୍କ ଡାହାଣ ଗୋଡ ଛିଣ୍ଡିଯିବା ସହ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପା ଚନ୍ଦନ ମହାପାତ୍ର (୩୧)। ସେ ଓଡିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପିଏ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା।

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀଙ୍କ ନାମ ଘୋଷଣା ହେବାର ମାତ୍ର କେଇ ଘଣ୍ଟା ପୂର୍ବରୁ ଚନ୍ଦନଙ୍କ ଅକାଳ ବିୟୋଗ ଘଟିଥିଲା। ଭରତପୁର ଥାନା ଆଇଗିଣିଆ ଅଞ୍ଚଳରେ ରହୁଥିବା ଚନ୍ଦନଙ୍କ ଏଭଳି ମୃତ୍ୟୁ ଆଜି ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇଦେଇଛି।

Leave A Reply

Your email address will not be published.