କାହାକୁ ମିଳିବ ମନ୍ତ୍ରୀ ପଦ? ୪ ବିଧାୟକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା
ଓଏଲ୍ ବ୍ୟୁରୋ: ଆଉ କିଛି ସମୟ ପରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଅପରାହ୍ନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ସେ ବରପୂତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି। ଓଡିଶାରେ ପ୍ରଥମ ଥର ଏକାକୀ ସରକାର ଗଢୁଛି ଭାରତୀୟ ଜନତା ପାର୍ଟି। ଆଉ ବିରୋଧୀ ଦଳରେ ବସିବ ବିଜୁ ଜନତା ଦଳ। ତେଣୁ ମନ୍ତ୍ରୀ ମଣ୍ଡଳରେ କାହାକୁ ସ୍ଥାନ ଦିଆଯିବ ସେ ନେଇ ବିଜେପି ଭିତରେ ଅଙ୍କ କଷା ଚାଲିଥିବାବେଳେ ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜଙ୍କ, ଗୋପାଳପୁର ବିଧାୟକ ବିଭୁତି ଜେନା, ପୃଥ୍ୱୀରାଜ ହରିଚନ୍ଦନଙ୍କ ନିକଟକୁ ଫୋନ କଲ ଆସିଥିବା ଜଣା ପଡିଛି।