Odisha Link
Bridging the Missing Links in Odisha

ୟେଦ୍ଦୁରପ୍ପାଙ୍କ ବଢ଼ିଲା ଅଡ଼ୁଆ, ଜାମିନ ବିହୀନ ଗିରଫ ପରୱାନା ଜାରି

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା। ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଯାଇଛି। ବେଙ୍ଗାଲୁରୁର ଏକ କୋର୍ଟ ଆଜି ଏଭଳି ନିର୍ଦ୍ଦେଶନାମା ଜାରରି କରିଛନ୍ତି।

ସୂଚନାଥାଉକି, ଚଳିତ ବର୍ଷ ମାର୍ଚ୍ଚ ୧୪ରେ ନାବାଳିକାଙ୍କ ମାଆ ସଦାଶିବନଗର ପୁଲିସ ଷ୍ଟେସନରେ ୟେଦୁରପ୍ପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏକ ଠକେଇ ମାମଲାରେ ସେ ବରିଷ୍ଠ ବିଜେପି ନେତା ୟେଦୁରପ୍ପାଙ୍କ ଘରକୁ ସହାୟତା ପାଇଁ ଯାଇଥିବା ବେଳେ ସେ ତାଙ୍କ ଝିଅକୁ ଅସଦାଚରଣ କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ।

ଏହି ମାମଲାରେ ଗତକାଲି ସିଆଇଡି ତାଙ୍କୁ ନୋଟିସ୍‌ ଜାରି କରି ପଚରାଉଚରା ପାଇଁ ଡକାଇଥିଲା। କିନ୍ତୁ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ ୟେଦୁରପ୍ପା। ସେ ତାଙ୍କ ଓକିଲଙ୍କ ଜରିଆରେ କହିଥିଲେ ଯେ, ବର୍ତ୍ତମାନ ସେ ଦିଲ୍ଲୀରେ ଅଛନ୍ତି, ତେଣୁ ତାଙ୍କୁ ଗୋଟିଏ ସପ୍ତାହ ସମୟ ଦିଆଯାଉ। କିନ୍ତୁ ବେଙ୍ଗାଲୁରୁର ଏକ କୋର୍ଟ ଏହି ମାମଲାରେ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି।

Leave A Reply

Your email address will not be published.