ମନ୍ତ୍ରୀ ରବି ନାଏକଙ୍କ ଚରମବାଣୀ, କହିଲେ-ଲଗାମ ଛଡ଼ା ହୋଇପାରିବେନି ଅଫିସର
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ନୂଆ ସରକାର। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଟିମ୍ ଶପଥ ପାଠ କରିବା ପରେ ଆକ୍ସନ ମୁଡରେ ମୋହନ ସରକାର। କ୍ୟାବିନେଟ ବୈଠକରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଥିବା ବେଳେ ଆଜି ସମସ୍ତ ମନ୍ତ୍ରୀ ପରିଷଦ ସକାଳୁ ଜଗା ଦର୍ଶନ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସମେତ ୨ ଉପମୁଖ୍ୟନ୍ତ୍ରୀ ଓ ୧୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ।
ଶପଥ ନେଇଥିବା ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ହୋଇ ନଥିବା ବେଳେ ସରକାର ଗଠନର ପ୍ରଥମ ଦିନରେ ମନ୍ତ୍ରୀ ରବି ନାଏକଙ୍କ ବଡ଼ ପ୍ରତିକ୍ରିୟା। ଗଣମାଧ୍ୟମକୁ ଶ୍ରୀ ନାଏକ କହିଛନ୍ତି, ଏ ସରକାର ଲୋକଙ୍କର। ସରକାର ଠିକ୍ ଭାବେ ଚାଲିବ। ଅଫିସର ଠିକ୍ ଭାବେ କାମ କରିବେ। ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଦେଖି କାମ କରିବେ ଅଫିସର। ଏଣିକି ଲୋକଙ୍କ ପାଇଁ କାମ କରିବେ ସରକାରୀ ଅଧିକାରରୀ। ଓଡ଼ିଶାବାସୀ ଏହି ବିଶ୍ବାସ ସରକାରଙ୍କ ଉପରେ ରଖନ୍ତୁ ବୋଲି କହିଛନ୍ତି ଶ୍ରୀ ନାଏକ ।
ସେ ଆହୁରି କହିଛନ୍ତି, ଏଣିିକି ଅଫିସର ମାନେ ଲଗାମ ଛଡ଼ା ହୋଇ କାମ କରିବେ ନାହିଁ। ମନ୍ତ୍ରୀଙ୍କ ହାତରେ ଏଣିକି ଅଫିସରଙ୍କ ଲଗାମ ରହିବ। ବିଜେପି ସରକାର ଓଡ଼ିଶାବାସୀଙ୍କ ହିତ ପାଇଁ କାମ କରିବ ବୋଲି କହିଛନ୍ତି ମନ୍ତ୍ରୀ ରବି ନାଏକ।