Odisha Link
Bridging the Missing Links in Odisha

ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ପି.କେ ମିଶ୍ର, ଡୋଭାଲଙ୍କୁ ଗୁରୁ ଦାୟିତ୍ବ

ଓଏଲ୍‌ ବ୍ୟୁରୋ: ସାରା ଦେଶରା ଆରମ୍ଭ ହୋଇଛି ମୋଦି ୩.୦ ସରକାରର ଶାସନ। ଏସବୁ ସହିତ ମୋଦି ତାଙ୍କ ସହାୟକ ଟିମ୍‌ ଚୟନ କରିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ପୁଣି ମିଳିଲା ନିଯୁକ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ପୁଣି କାର୍ଯ୍ୟ ଜାରି ରଖିବେ ଓଡ଼ିଆ ପୁଅ ପିକେ ମିଶ୍ର। ଏନେଇ ଆଜି ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ତେବେ କ୍ୟାବିନେଟ ନିଯୁକ୍ତ କମିଟି ଏହି ଦୁଇ ଜଣ ଅଫିସରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି।

ଅଜିତ୍‌ ଡୋଭାଲା ଆଗାମୀ ୫ ବର୍ଷ ଯାଏ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ପଦରେ ରହିବେ। ତାଙ୍କୁ କ୍ୟାବିନେଟ୍‌ ରାଙ୍କ ଅଫିସର ପାହ୍ୟା ମିଳିଛି। ସେହିପରି ପିକେ ମିଶ୍ର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ୫ ବର୍ଷ କାର୍ଯ୍ୟ ଜାରି ରଖିବେ।

Leave A Reply

Your email address will not be published.