Odisha Link
Bridging the Missing Links in Odisha

ଅପେକ୍ଷାର ଅନ୍ତ, ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର

ଓଏଲ୍‌ ବ୍ୟୁରୋ: ନିର୍ବାଚନ ସମୟରେ କଥା ଦେଇଥିଲେ, ଏବେ କଥା ରଖିଲା ବିଜେପି ସରକାର। ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ୪ ଦ୍ବାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ୪ଦ୍ୱାର। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଯେଉଁ ପ୍ରତିବନ୍ଧକ ଆଜି ହଟି ଯାଇଛି। ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ।

ସୂଚନାଥାଉକି, କରୋନା ମହାମାରୀ ଓ ପରିକ୍ରମା ପ୍ରକଳ୍ପ ଆଳରେ ୩ବର୍ଷ ଧରି ପୂର୍ବତନ ରାଜ୍ୟ ସରକାର ଭକ୍ତଙ୍କ ପାଇଁ ୪ ଦ୍ୱାର ପ୍ରବେଶ ବନ୍ଦ ରଖିଥିଲେ। ୨୦୨୪ ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ବି ଖୋଲି ନଥିଲା ସବୁ ଦ୍ୱାର। କରୋନା ମହାମାରୀ ପରଠୁ ବନ୍ଦ ଥିବା ବ୍ୟବସ୍ଥାକୁ ଖୋଲିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲା। ଯାହାକୁ ନିର୍ବାଚନ ପ୍ରଚାର ବେଳେ କହିଥିଲା ବିଜେପି, ଦାୟିତ୍ୱଗ୍ରହଣ କରିବାର ଘଣ୍ଟା କେଇଟା ମଧ୍ୟରେ ସେ ନେଇ ନିଷ୍ପତ୍ତି ନିଆ ହୋଇଛି। ଆଜି ସକାଳେ ମଙ୍ଗଳ ଆଳତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ୪ ଦ୍ୱାରକୁ ଖୋଲା ଯାଇଛି।

ସୂଚନାଥାଉକି, କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ୪ ଦ୍ୱାର ବନ୍ଦ କରିଥିଲେ ପୂର୍ବତନ ରାଜ୍ୟ ସରକାର। ୨୦୨୧ ନଭେମ୍ବର ୨୪ ତାରିଖରେ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ବନ୍ଦ ହୋଇଥିଲା ୩ ଦ୍ୱାର। ପରେ ୨୦୨୨ ଫେବ୍ରୁଆରୀ ୩ ତାରିଖରେ କେବଳ ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରିବା ନେଇ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ୨ ବର୍ଷ ପରେ ପୁଣିଥରେ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିରର ୪ ଦ୍ବାର।

ସବୁଠୁ ବଡ଼କଥା ହେଲା। ନିର୍ବାଚନ ପ୍ରଚାର ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ ସରକାର ଗଠନ କରିବାର ୬ ଘଣ୍ଟା ପରେ ଶ୍ରୀମନ୍ଦିରର ୪ ଦ୍ବାର ଭକ୍ତଙ୍କ ପାଇଁ ଖୋଲା ରହିବ। ତାର ପ୍ରଥମ ପ୍ରତିଶ୍ରୁତି ପୂରଣ କରିଛି ବିଜେପି।

Leave A Reply

Your email address will not be published.