Odisha Link
Bridging the Missing Links in Odisha

ନିଟ୍‌ ପରୀକ୍ଷାଫଳ ବିବାଦ: ଗ୍ରେସ୍‌ ମାର୍କ ରଦ୍ଦ, ୧୫୬୩ ପରୀକ୍ଷାର୍ଥୀ ପୁଣି ଦେବେ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ନିଟ୍‌ ପରୀକ୍ଷାଫଳ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରିଥିଲେ ସୁପ୍ରିମକୋର୍ଟ। ହେଲେ ଆଜି ନିଟ୍‌ ବିବାଦ ନେଇ ସୁପ୍ରିମକୋର୍ଟ ନେଇଛନ୍ତି ବଡ଼ ନିଷ୍ପତ୍ତି। ଗ୍ରେସ ମାର୍କକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ।

ନିଟ୍‌ ବିବାଦ ଚର୍ଚ୍ଚାରେ ଥିବାବେଳେ ସୁପ୍ରିମକୋର୍ଟ ନେଲେ ସୁପ୍ରିମ ନିଷ୍ପତ୍ତି। ନିଟ୍‌ କାଉନ୍‌ସେଲିଂ ଉପରେ ଆଉ ଲାଗିବନି ରୋକ୍। ୧୫୬୩ ପରୀକ୍ଷାର୍ଥୀଙ୍କୁ ଯେଉଁ ଗ୍ରେସ୍‌ ମାର୍କ ମିଳିଥିଲା। ସେମାନଙ୍କର ସ୍କୋର କାର୍ଡ ରଦ୍ଦ କରାଯାଇଛି। ଗ୍ରେସ୍‌ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀ ପୁଣି ଦେବେ ପରୀକ୍ଷା। ଜୁନ୍‌ ୨୩ରେ ପରୀକ୍ଷା ହେବ। ସେହିପରି ଜୁନ୍‌ ୩୦ରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି।

Leave A Reply

Your email address will not be published.