Odisha Link
Bridging the Missing Links in Odisha

ଆଜି ପହିଲି ରଜ, ଗାଁରୁ ସହର ଉତ୍ସବ ମୁଖର

ଓଏଲ୍‌ ବ୍ୟୁରୋ: ଆଜି ଗଣପର୍ବ ରଜ। ଓଡ଼ିଶାର ଗଣପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର। ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପହିଲି ପୁଲକରେ ଆସିଛି ରଜ ପର୍ବ। ଆଷାଢର ପ୍ରଥମ ଜଳରେ ମାଟି ମା ହୋଇଛି ରଜସ୍ୱଳା। ଏଥିପାଇଁ ଏହିଦିନ କୃଷି କାର୍ଯ୍ୟ ନିଷେଧ କରାଯାଇଥାଏ।

ଭିନ୍ନ ରକମର ପିଠା ପଣା ସାଙ୍ଗକୁ ବନ୍ଧୁ ବାନ୍ଧବଙ୍କ ସହ ଜମିଲାଣି ଗପର ଆସର। ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୂମଧାମରେ ପାଳନ କରାଯାଉଛି। ଉପକୂଳ ଓଡ଼ିଶାରେ ଆଜି ରଜ ପାଗ ହୋଇଥିବାରୁ ଏହା ମାହୋଲକୁ ଅଧିକ ସରସ କରିବ ବୋଲି କୁହାଯାଉଛି।

ଅତି ଆନନ୍ଦର ସହ ଚଳିତ ବର୍ଷ ରଜ ପାଳନ ନେଇ ରହିଛି ସଭିଙ୍କ ଆଶା। ବାହାର ରାଜ୍ୟର ରହୁଥିବା ଲୋକେ ନିଜ ନିଜ ଗାଁକୁ ଫେରିଛନ୍ତି।ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ ହେଉଛି। ନୂଆ ପୋଷାକ ପିନ୍ଧି ରଜ ଦୋଳି ସାଙ୍ଗକୁ ପିଠାପଣାର ମଜା ନେଲେଣି ସବୁ ବର୍ଗର ଲୋକ। ପିଲାଠୁ ବୁଢା ଯାଏ ସମସ୍ତେ ଦୋଳି ଖେଳିଲେଣି। କେତେକ ସ୍ଥାନରେ ରଜ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଆଜି ବୁଧବାର ହୋଇଥିବା ହେତୁ ପହିଲି ରଜରେ ଆମିଷ ଦୋକାନରେ ବେଶ୍ ଭିଡ଼ ପରିଲକ୍ଷିତ ହେଉଛି।

Leave A Reply

Your email address will not be published.