Odisha Link
Bridging the Missing Links in Odisha

ଜଗନ୍ନାଥପୁରରେ ସଡ଼କ ଦୁର୍ଘଟଣା: ୨ ମୃତ, ୫ ଗୁରୁତର

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ଅସ୍ତରଙ୍ଗ କାକଟପୁର ନିକଟ ଜଗନ୍ନାଥପୁରଠାରେ ସଡ଼କ ଦୁର୍ଘଟଣା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ୧୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚକିତ୍ସା ପାଇଁ ଚାରିଛକ ମେଡିକାଲରେ ଭର୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଛତିଆନା ଗାଁର ୧୮ ଜଣ ପାନଚାଷୀ ଏକ ପିକଅପ୍ ଭ୍ୟାନରେ ପାନବୋଝେଇ ଝୁଡ଼ି ସହ ନୟାହାଟ ପାନହାଟକୁ ବିକ୍ରି କରିବାକୁ ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲକୁ ନେଇଥିଲେ।

Leave A Reply

Your email address will not be published.