Odisha Link
Bridging the Missing Links in Odisha

ମୋହନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିଲା କେଉଁ ବିଭାଗ ଜାଣନ୍ତୁ 

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ମୋହନ ସରକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଥିବା ବେଳେ ମୋହନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବ କେଉଁ ମନ୍ତ୍ରୀ ତାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏସବୁ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କାହାକୁ ମିଳିବ କେଉଁ ବିଭାଗ ମିଳିବ ତାକୁ ନେଇ ଅବଗଣନା କରାଯାଉଥିବା ବେଳେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟା ହୋଇଛି।

୮ କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କୁ କେଉଁ ବିଭାଗ ମିଳିବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ପ୍ରଥମ ଥରର ବିଧାୟକ ହୋଇଥିବା ୮ ଜଣ ମନ୍ତ୍ରୀ ହୋଇଛନ୍ତି। ମୋହନଙ୍କ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ୪ ଜଣ ଓ ଉପକୂଳରୁ ୬ ଜଣ ମନ୍ତ୍ରୀ ହୋଇଛନ୍ତ। ସେହିପରି ଦକ୍ଷିଣ ଓଡ଼ିଶାରୁ ୩ ଓ ଉତ୍ତର ଓଡ଼ିଶାରୁ ୩ ଜଣ ମନ୍ତ୍ରୀ ହୋଇଛନ୍ତି। ମୋଟ୍ ୧୬ ଜଣଙ୍କ ମଧ୍ୟରୁ ୪ ଜଣ ଆଦିବାସୀ, ୩ ଜଣ ଅନୁସୂଚିତ ଜାତି ଏବଂ ଜଣେ ମହିଳା ସାମିଲ ଅଛନ୍ତି।

କାହାକୁ ମିଳିଲା କେଉଁ ବିଭାଗ ଜାଣନ୍ତୁ:

ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝି – ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସମ୍ପଦ , ଯୋଜନା ଓ ସମନ୍ୱୟ, (ଆବଣ୍ଟିତ ନ ହୋଇ ଥିବା ଅନ୍ୟ ବିଭାଗ)

 

ଉପମୁଖ୍ୟମନ୍ତ୍ରୀ

୧) କନକ ବର୍ଦ୍ଧନ ସିଂହ ଦେଓ – କୃଷି ଓ କୃଷକ ଶସକ୍ତକରଣ ଏବଂ ଶକ୍ତି

୨) ପ୍ରଭାତୀ ପରିଡ଼ା – ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ

 

କ୍ୟାବିନେଟ୍ ମନ୍ତ୍ରୀ

୧) ସୁରେଶ ପୂଜାରୀ – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା

୨) ରବି ନାରାୟଣ ନାୟକ – ଗ୍ରାମ ଉନ୍ନୟନ. ପଞ୍ଚାୟତରାଜ ଓ ପାନୀୟଜଳ

୩) ନିତ୍ୟାନନ୍ଦ ଗଣ୍ଡ – ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ଶସକ୍ତକରଣ

୪) କୃଷ୍ଣଚନ୍ଦ୍ର ପାତ୍ର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ

୫) ପୃଥ୍ୱୀରାଜ ହରିଚନ୍ଦନ – ଆଇନ୍‌, ଆଇନ ଓ ପୂର୍ତ୍ତ ଓ ଅବକାରୀ ବିଭାଗ

୬) ଡ. ମୁକେଶ ମହାଲିଙ୍ଗ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ

୭) ବିଭୂତି ଭୂଷଣ ଜେନା – ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି

୮) ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର – ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ

 

ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ

୧) ଗଣେଶ ରାମ ସିଂ ଖୁଣ୍ଟିଆ – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା

୨) ସୂର୍ଯ୍ୟବଂଶୀ ସୂରଜ – ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି

୩) ପ୍ରଦୀପ ବଳସମାନ୍ତ – ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ

୪) ଗୋକୁଳାନନ୍ଦ ମଲ୍ଲିକ – ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ୟ ଓ ମଧ୍ୟମ ଉଦ୍ଦ୍ୟୋଗ

୫) ସମ୍ପଦ ସ୍ୱାଇଁ – ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

 

Leave A Reply

Your email address will not be published.