Odisha Link
Bridging the Missing Links in Odisha

ବିଧାନସଭା ନିର୍ବାଚନ ଉପରେ ବିଜେପିର ନଜର, ଧର୍ମେନ୍ଦ୍ରଙ୍କୁ ଗୁରୁ ଦାୟିତ୍ବ

ଓଏଲ୍‌ ବ୍ୟୁରୋ: ସରିଛି ଲୋକସଭା ନିର୍ବାଚନ। କେନ୍ଦ୍ରରେ ତୃତୀୟ ଥର ପାଇଁ ଶାସନ ଗାଦିରେ ବସିଲେ ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ସରୁ ସରୁ ଆକ୍ସନ ମୁଡରେ ଭାରତୀୟ ଜନତା ପାର୍ଟି। ଚଳିତ ବର୍ଷ ଶେଷ ଆଡ଼କୁ ଦେଶର କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ନଜରରେ ରଖି ଅଙ୍କକଷା ଆରମ୍ଭ କରିଲାଣି ଭାରତୀୟ ଜନତା ପାର୍ଟି। ଚଳିତ ବର୍ଷ ମହାରାଷ୍ଟ୍ର ସହ ହରିୟାଣା, ଝାଡଖଣ୍ଡ ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଅଛି। ଆଉ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଏହି ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି।

ମହାରାଷ୍ଟ୍ର ପାଇଁ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଥିବାବେଳେ, ଅଶ୍ୱିନୀ ବୈଷ୍ଣବଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ହରିୟାଣା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଏବଂ ବିପ୍ଲବ କୁମାର ଦେବଙ୍କୁ ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ଶିବରାଜ ସିଂହ ଚୌହାନ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ଝାଡଖଣ୍ଡ ଏବଂ ଜି କିଷାନ ରେଡ୍ଡୀଙ୍କୁ ଜାମ୍ମୁକାଶ୍ମୀର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦେଇଛି ବିଜେପି।

ସୂଚନାଥାଉକି, ଚଳିତ ବର୍ଷ ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣା ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଅଛି। ମହାରାଷ୍ଟ୍ରରେ ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ଆଡକୁ ଶେଷ ହେଉଛି। ସେହିପରି ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ ମାସରେ ଶେଷ ହେଉଛି। ତେଣୁ ସେଠାରେ ମଧ୍ୟ ନଭେମ୍ବର-ଡିସେମ୍ବର ମାସରେ ନିର୍ବାଚନ ହେଇପାରେ।ସମାନ ଢଙ୍ଗରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ମାସରେ ଶେଷ ହେଉଛି। ତେଣୁ ସେଠାରେ ଅକ୍ଟୋବର କିମ୍ବା ତା ପୂର୍ବରୁ ନିର୍ବାଚନ ହେଇପାର। ସେହିପରି ଜାମ୍ମୁକାଶ୍ମୀରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେପ୍ଟେମ୍ବର ମାସରେ ନିର୍ବାଚନ ହେଇପାରେ।

Leave A Reply

Your email address will not be published.