Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣା: ଦାର୍ଜିଲିଂ ଗଲେ ରେଳ ମନ୍ତ୍ରୀ, ହେଲ୍ପଲାଇନ ନମ୍ବର ଜାରି କଲା ରେଳ ବିଭାଗ

ଓଏଲ୍‌ ବ୍ୟୁରୋ: ସମସ୍ତଙ୍କ ନିଦ ହଜେଇ ଦେଇଥିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା। ଏହି ଭୟଙ୍କର ଦୁର୍ଘଟଣାକୁ ଏକ ବର୍ଷ ପୂରି ସାରିଛି। ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଏକ ବର୍ଷ ୧୫ ଦିନ ପରେ ଆଉ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା। ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା। ଆଜି ସକାଳେ ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା ଘଟିଛି। ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୫ ଜଣ ଆହତ ହୋଇଥିବା କୁହାଯାଉଛି।

ସୂଚନା ମୁତାବକ, ମାଲବାହୀ ଟ୍ରେନ୍‌ଟି ସିଗନାଲ୍ ଅତିକ୍ରମ କରି କାଞ୍ଚନଜଙ୍ଗା ଟ୍ରେନର ପଛ ଭାଗ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରେନ୍‌ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ, ଡିଭିଜନାଲ ଟିମ୍‌ ଏବଂ ୧୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ଅନ୍ୟପଟେ ଏହି ଖବର ପାଇବା ପରେ ଦାର୍ଜିଲିଂ ଗସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ ଦୁର୍ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ରହିଛଇ। ସେ ଆଉ କିଛି ସମୟ ମଧ୍ୟରେ ଦୁର୍ଘଟଣାସ୍ଥଳରେ ପହଁଞ୍ଚିବେ ବୋଲି ସୂଚନା ରହିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦାର୍ଜିଲିଂ ଜିଲ୍ଲାର ଫନସେଓ୍ଵା ଅଞ୍ଚଳରେ ଏକ ଦୁଃଖଦ ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ସ୍ତବ୍ଧ ବୋଲି ସେ ଲେଖିଛନ୍ତି। ସପେଟେ ଘଟଣାସ୍ଥଳରେ ଡିଏମ୍, ଏସ୍ପି, ଡାକ୍ତର, ଆମ୍ବୁଲାନ୍ସ ଓ ବିପର୍ଯ୍ୟୟ ଟିମ୍ ପହଞ୍ଚି ରିଲିଫ, ଉଦ୍ଧାର, ଚିକିତ୍ସା ସହାୟତା ଲୋଡ଼ିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତା ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି।

ରେଳ ବିଭାଗ ପକ୍ଷରୁ ଜାରି ହୋଇଥିବା ହେଲ୍ପଲାଇନ୍‌ ନମ୍ବର:

-୦୩୩୨୩୫୦୮୭୯୪
-୦୩୩୨୩୮୩୩୩୨୬
-୦୩୬୧୨୭୩୧୬୨୧
-୦୩୬୧୨୭୩୧୬୨୨
-୦୩୬୧୨୭୩୧୬୨୩
-୦୩୬୭୪୨୬୩୯୫୮
-୦୩୬୭୪୨୬୩୮୩୧
-୦୩୬୭୪୨୬୩୧୨୦
-୦୩୬୭୪୨୬୩୧୨୬

Leave A Reply

Your email address will not be published.