Odisha Link
Bridging the Missing Links in Odisha

ଯେଉଁ ଗାଁରେ ୧୦୦ ଲୋକ, ସେହି ଗାଁକୁ ପିଚୁ ରାସ୍ତା: ମନ୍ତ୍ରୀ ରବି ନାଏକ

ଓଏଲ୍‌ ବ୍ୟୁରୋ: ମୋହନ ସରକାରକୁ ପୁରିଲା ଏକ ସପ୍ତାହ। ଏହି ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଆଜି ବିଧାନସଭାରେ ନୂତନ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବ ଚାଲିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଦେଇଛନ୍ତି ବଡ଼ ପ୍ରତିକ୍ରିୟା।

ବିଭାଗୀୟ କାର୍ଯ୍ୟ ସମୀକ୍ଷା ପରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ କହିଛନ୍ତି, ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସଂଯୋଗ ହେବ ପିଚୁ ରାସ୍ତା। ୧୦୦ ଲୋକ ଥିବା ଗାଁ ଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇ ସାରିଛି। ମୋଟ ୩୫୦ କିଲୋମିଟର ରାସ୍ତା ନିର୍ମାଣ ଟାର୍ଗେଟ ରଖାଯାଇଛି ବୋଲି କହିଛନ୍ତି ଶ୍ରୀ ନାଏକ।

ସେ ଆହୁରି କହିଛନ୍ତି, ୧୦୦ ଦିନ ଭିତରେ ୨୦୦ ବ୍ରିଜ କାମ ସାରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ବ୍ରିଜ ସହ ବ୍ୟାରେଜ ନିର୍ମାଣ ହେବ ଏଥିସହିତ ଚାଷୀଙ୍କୁ ପାଣି ଯୋଗାଇ ଦିଆଯିବ। କାମ ଖିଲାପ ହେଲେ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଦ୍ୟ ଚେତାବନୀ ଦେଇଛନ୍ତି ଶ୍ରୀ ନାଏକ।

ବାହାର ଠିକାଦାର ବା ବାହାର ଲୋକଙ୍କୁ ନୁହେଁ କେବଳ ସ୍ଥାନୀୟ ଲୋକଙ୍କୁ କାମ ମିଳିବ। ଅଫିସର ମାନେ ଗାଁକୁ ଯାଇ କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ନାଏକ।

Leave A Reply

Your email address will not be published.