Odisha Link
Bridging the Missing Links in Odisha

ବାଲେଶ୍ୱରରେ ଜାରି ରହିଛି କର୍ଫ୍ୟୁ, ଇଣ୍ଟରନେଟ୍ ସେବାରେ ଲାଗିଲା କଟକଣା

ଓଏଲ୍‌ ବ୍ୟୁରୋ: ଗତକାଲିଠୁ ଅଶାନ୍ତ ହୋଇପଡ଼ିଛି ବାଲେଶ୍ବର ସହର। ଏହାକୁ ନଜରରେ ରଖି ଗତକାଲି ବିଳମ୍ବିତ ରାତିରେ ସହରରେ ଲାଗିଛି ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ଏହା ସହ ବାଲେଶ୍ୱରରେ ଇଣ୍ଟରନେଟ ସେବାରେ କଟକଣା ଲାଗ ଯାଇଛି।

ଗତକାଲି ବାଲେଶ୍ବରର ଶୂନହଟରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଘଟଣା ସ୍ଥଳରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ଏଥିରେ ୪ରୁ ୫ ଜଣ ଆହତ ହୋଇଥିଲେ। ଏହାକୁ ନଜରରେ ରଖି ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ବାଲେଶ୍ବର ଟାଉନା ଥାନା ଅଞ୍ଚଳର ଭୁଜାଖିଆ ପିର-ଚାନ୍ଦିପୁର ରାସ୍ତା ପାର୍ଶ୍ୱରେ ରକ୍ତ ଭଳିଆ ଦେଖାଯାଉଥିବା କିଛି ନାଲି ରଙ୍ଗର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ଏହା ରକ୍ତ ବୋଲି ଗୋଟେ ଗୋଷ୍ଠୀ ସନ୍ଦେହ କରି ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ଟାଉନ୍‌ ଥାନା ପୁଲିସ ବୁଝାସୁଝା କଲା ପରେ ବି କିଛି ସୁଫଳ ମିଳିନଥିଲା।

ପରେ ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ରାସ୍ତା ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୁଲିସ୍‌ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.