Odisha Link
Bridging the Missing Links in Odisha

ଚର୍ଚ୍ଚାରେ ବିଧାୟକ ଜୟନାରାୟଣ ମିଶ୍ର, ମନ୍ତ୍ରୀ ପଦ ନମିଳିବା ନେଇ ରଖିଲେ ମନ୍ତବ୍ୟ

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆଜି ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆରମ୍ଭ ହୋଇଛି ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିଧାନସଭାରେ ଶପଥ ନେଇଛନ୍ତି। ସେମାନଙ୍କୁ ଶପଥ ପାଠ କରାଉଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହି କ୍ରମରେ ଅନେକ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ପହଞ୍ଚି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ଅନେକ ବିଧାୟକ ଶପଥ ଗ୍ରହଣ କରିଛନ୍ତି।

ଏସବୁ ଭିତରେ ଚର୍ଚ୍ଚାରେ ରହିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ତାଙ୍କୁ କାହିଁକି ମନ୍ତ୍ରୀ ପଦ ମିଳିନାହିଁ ଏନେଇ ଚର୍ଚା ବଢ଼ିବାରେ ଲାଗିଛି। ଆଜି ବିଧାୟକଭାବେ ଶପଥ ନେବାକୁ ଆସିଥିବା ବେଳେ ଜୟନାରାୟଣ ମିଶ୍ର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ନହେବାର କିଛି ଅବସୋସ ନାହିଁ। ମନ୍ତ୍ରିମଣ୍ଡଳ ଶପଥ ସମାରୋହକୁ କାହିଁକି ଆସିଲେନି ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି, ମୋର ତ ଶପଥ ନେବାର ନଥିଲା, କାହିଁକି ଯାଇଥାନ୍ତି। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ନବ ଦାସ, ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ସିବିଆଇ ତଦନ୍ତ କରାଯାଉ। ସିବିଆଇ ତଦନ୍ତ ଦାବିରେ ମୁଁ ଅଟଳ ରହିବି ବୋଲି ଜୟନାରାୟଣ ମିଶ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.