Odisha Link
Bridging the Missing Links in Odisha

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ବଡ଼ ରାୟ ଶୁଣାଇଲେ ହାଇକୋର୍ଟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା। କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ଓସେପାର ମେଧା ତାଲିକା ହାଇକୋର୍ଟ ରଦ୍ଦ କରିଥିଲେ। ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମାମଲାରେ ହାଇକୋର୍ଟରେ ଶୁଣାଣି କରି ରାୟ ସଂରକ୍ଷିତ ରଖାଯାଇଛି। ମେରିଟ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରଖାଯାଇଥିଲା। ହାଇକୋର୍ଟରେ ରାଜ୍ୟ ସରକାର ପୂର୍ବରୁ ଜବାବ ଦାଖଲ କରିଥିଲେ। ଜିଲ୍ଲା ୱାରୀ ମେରିଟ୍ ଲିଷ୍ଟ ଜାରି କରିଥିବା ଜଣାଇଥିଲେ। ପୂର୍ବ ପ୍ରକାଶିତ ଲିଷ୍ଟ ପ୍ରତ୍ୟାହାର ହୋଇଛି କି ନାହିଁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲେ।

Leave A Reply

Your email address will not be published.