Odisha Link
Bridging the Missing Links in Odisha

ବାହା ହେଲେ ବିଜେଡି ସୁପ୍ରିମୋ ନବୀନଙ୍କ ପୁତୁରା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଓଏଲ୍‌ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ। ସୁଦୂର ନେଦରଲ୍ୟାଣ୍ଡସରେ ବିବାହ କଲେ ଅରୁଣ। ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ତଥା ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ। ତେବେ ନବୀନ ପଟ୍ଟନାୟକ ଏହି ବିବାହରେ ସାମିଲ ହୋଇ ନ ଥିବା ଜଣାଯାଇଛି।

ସେ ରାଜନେତା ନୁହଁନ୍ତି। ହେଲେ ଓଡ଼ିଶା ରାଜନୀତିରେ ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। ସିଏ ବିଜେଡିର ଆଗାମୀ ଭବିଷ୍ୟତ ଚର୍ଚ୍ଚା ଲାଗି ରହିଥିବା ବେଳେ ବାହା ହୋଇଛନ୍ତି ଅରୁଣ। ନେଦରଲ୍ୟାଣ୍ଡସ୍‌ରେ ଏକ ବର୍ଣ୍ଣାଢ୍ୟ ସମାରୋହରେ ଉଭୟ ଅରୁଣ ଓ ନାଦିଆ ପରସ୍ପରର ଜୀବନସାଥୀ ପାଲଟିଛନ୍ତି। ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ।। ପ୍ରେମ ପଟ୍ଟନାୟକଙ୍କ ଝିଅ ସୋଶାଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଶେଆର କରିଛନ୍ତି।

ସୂଚନାଥାଉକି, ଚଳିତ ବିଧାନସଭାରେ ବିଜେଡି ପରାଜିତ ହେବା ପରେ ନବୀନ ନିବାସ ଆସିଥିଲେ ଅରୁଣ ପଟ୍ଟନାୟକ। ସେ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା।

Leave A Reply

Your email address will not be published.