Odisha Link
Bridging the Missing Links in Odisha

ଚାଷୀଙ୍କୁ ମିଳିଲା ପିଏମ କିଷାନ ଟଙ୍କା, ବାରଣାସୀରୁ ପ୍ରଧାନମନ୍ତ୍ରୀ ବରଗଡ଼ରୁ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ କିସ୍ତି

ଓଏଲ୍‌ ବ୍ୟୁରୋ: ଚାଷୀଙ୍କ ଖାତାକୁ ଆସିଲା ପ୍ରଧାନମନ୍ତ୍ରୀ କିଷାନ ଟଙ୍କା।ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଦ୍ବାରା ଆଜି ୧୭ତମ କିସ୍ତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଦାୟିତ୍ବ ନେଇଥିବା ବେଳେ ତାଙ୍କ ପ୍ରଥମ ହସ୍ତାକ୍ଷର କୃଷକଙ୍କ ପାଇଁ କରିଥିଲେ। ୧୭ତମ କିସ୍ତି ଉପରେ ମୋହର ମାରି ଆଜି ତାକୁ ପ୍ରଦାନ କରିଛନ୍ତି। ଫେବୃଆରୀ ୨୪ ତାରିଖ ୨୦୨୪ରେ ଏହି ଯୋଜନା ଆରମ୍ଭ ହୋଇଥିଲା।

ପିଏମ୍‌ କିଷାନ ଉତ୍ସବ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ସାମିଲ ହୋଇଛନ୍ତି। ବରଗଡ଼ରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୃଷକଙ୍କଚ କିସ୍ତି ପ୍ରଦାନ କରିଛନ୍ତି। ସେହିପରି ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୃଷକଙ୍କୁ କିସ୍ତି ପ୍ରଦାନ କରିଛନ୍ତି।

ସେହିପରି କଟକରେ ସୁରେଶ ପୂଜାରୀ, ନୟାଗଡ଼ରେ ରବି ନାରାୟଣ ନାଏକ, କେନ୍ଦ୍ରାପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୃଥ୍ବୀରାଜ ହରିଚନ୍ଦନ, ସିଫା, କୌଶଲ୍ୟାଗଙ୍ଗରେ ମୁକେଶ କୁମାର ମହାଲିଙ୍ଗ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ଅନୁଗୁଳରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ଚଣାରେ ଗଣେଣ ରାମସିଂହ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳସାମନ୍ତ, ଭଞ୍ଜନଗରରେ ଗୋକୁଳଚନ୍ଦ୍ର ମଲ୍ଲିକ ଓ ଜଗତସିଂହପୁରରେ ସମ୍ପଦ ଚରଣ ସ୍ବାଇଁ ଉପସ୍ଥିତ ରହି କୃଷକଙ୍କୁ କିସ୍ତି ପ୍ରଦାନ କରିଥିଲେ।

ସୂଚନା ଅନୁସାରେ, ପିଏମ୍‌ କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ୨ ହଜାର ଟଙ୍କା ଡିବିଟି ଜରିଆରେ ପ୍ରଦାନ କରାଯାଉଛି। ଏହା ହେଉଛି ଯୋଜନାର ୧୭ତମ କିସ୍ତି। ‌ତୃତୀୟଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀ ମୋଦି ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କରିଥିଲେ। ପିଏମ୍‌ କିଷାନ ସମ୍ମାନ ନିଧି ପୋର୍ଟାଲରେ ଓଡ଼ିଶାରେ ୨୭ଲକ୍ଷରୁ ଅଧିକ ହିତାଧିକାରୀ ରହିଥିବା ଦର୍ଶାଯାଇଛି।

Leave A Reply

Your email address will not be published.