Odisha Link
Bridging the Missing Links in Odisha

ସାଂସଦରୁ ବିଧାୟକ ହେଲେ, ଏବେ କହୁଛନ୍ତି ସରପଞ୍ଚ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆଜି ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆରମ୍ଭ ହୋଇଛି ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିଧାନସଭାରେ ଶପଥ ନେଇଛନ୍ତି। ସେମାନଙ୍କୁ ଶପଥ ପାଠ କରାଉଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହି କ୍ରମରେ ଅନେକ ବିଧାୟକ ଶପଥ ଗ୍ରହଣ କରିଛନ୍ତି।

ଏସବୁ ଭିତରେ ଚର୍ଚ୍ଚା ରହିଛନ୍ତି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ସକାଳେ ବିଧାନସଭାକୁ ବିଧାୟକ ଭାବେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ସାଇକେଲରେ ଆସି ଚର୍ଚ୍ଚାର ବିଷୟ ପାଲଟିଥିଲେ। ହେଲେ ଏବେ ତାଙ୍କ ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଧାନସଭା ପ୍ରଥମ ଦିନରେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରପଞ୍ଚ ହେବାକୁ ଶେଷ ଇଚ୍ଛା। ସାଂସଦ ଭାବେ ଅନୁଭୂତି ଥିଲା, ଏବେ ବିଧାୟକ ହେଲି। ଶେଷ ଇଚ୍ଛା ଅଛି, ଥରେ ସରପଞ୍ଚ ହେବି ବୋଲି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.