Odisha Link
Bridging the Missing Links in Odisha

ଜୁଲାଇ ୭ରେ ରଥଯାତ୍ରା, ମହାପ୍ରଭୁଙ୍କ ସେନାପଟା ନିମନ୍ତେ ଚିହ୍ନଟ ହେଲା ବଉଳ ବୃକ୍ଷ

ଓଏଲ୍‌ ବ୍ୟୁରୋ: ଆସନ୍ତା ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି ବିଜେ ସମୟରେ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ କାଠ ଆବଶ୍ୟକ ରହିଥାଏ। ଏହି କ୍ରମରେ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ବୃକ୍ଷ ଚି଼ହ୍ନଟ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ତତ୍ତ୍ବାବଧାରକ ମାନେ ଚି଼ହ୍ନଟ ହୋଇଥିବା ବଉଳ ବୃକ୍ଷର ବରଣ ଓ ପୂଜାର୍ଚ୍ଚନା ପରେ ଭୋଇ ସେବକମାନେ ବୃକ୍ଷ ଚ୍ଛେଦନ କରିବେ। ଏହି ବଉଳ କାଠରେ ଶ୍ରୀଅଙ୍ଗର ମାପ ଅନୁଯାଇ ସେନାପଟା ଓ ବାହୁଟ ନିର୍ମାଣ କରାଯିବ। ମହାପ୍ରଭୁଙ୍କ ପୃଷ୍ଠଦେଶରେ ସେନାପଟା ଓ ଶ୍ରୀଭୁଜରେ ବାହୁଟ ପାଟ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରି ବାନ୍ଧି ଦିଆଯିବ। ସ୍ନାନ ଯାତ୍ରା, ଶ୍ରୀଗୁଣ୍ଡିଚା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁଙ୍କ ପହଣ୍ଡି ସମୟରେ ଏହି ସେନାପଟା ଓ ବାହୁଟ ସୁରକ୍ଷା ପ୍ରଦାନ କରିଥାଏ।

Leave A Reply

Your email address will not be published.