Odisha Link
Bridging the Missing Links in Odisha

କାଳିଆ ଯୋଜନାକୁ ନେଇ ଦ୍ୱନ୍ଦ୍ୱରେ ଚାଷୀ, ପ୍ରତିକ୍ରିୟା ରଖିଲେ କୃଷିମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ଖାତାକୁ ଆସିଛି। ଗୋଟିଏ ପଟେ ପିଏମ କିଷାନରେ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିଥିବା ବେଳେ ପୂର୍ବରୁ ରାଜ୍ୟରେ ଚାଲିଥିବା କାଳିଆ ଯୋଜନାରେ ଆଉ ଟଙ୍କା ମିଳିବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ପୂର୍ବରୁ ଥିବା ବିଜେଡି ସରକାର ରାଜ୍ୟରେ କାଳିଆ ଯୋଜନା ଆରମ୍ଭ କରିଥିଲେ । ଚାଷୀଙ୍କୁ ସହାୟତା ପାଇଁ ଆରମ୍ଭ ହୋଇଥିଲା ‘କାଳିଆ’ ଯୋଜନା।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୨୦୧୯ ମସିହାରେ ଏହାକୁ ଆରମ୍ଭ କରିଥିଲେ। ବର୍ଷକୁ ତିନି ଥର ୨ ହଜାର ଟଙ୍କା ଲେଖାଏଁ ମୋଟ ୬ ହଜାର ଟଙ୍କା ଚାଷୀଙ୍କ ଖାତାକୁ ଆସୁଥିଲା। ଏବେ ରାଜ୍ୟରେ ସରକାର ବଦଳିବା ପରେ କାଳିଆ ଟଙ୍କା ମିଳିବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଏସବୁ ଭିତରେ ‘କାଳିଆ’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି, କାଳିଆ ଯୋଜନା ବନ୍ଦ ହୋଇଯିବ ବୋଲି କିଛି କୁହାଯାଇନାହିଁ। କାଳିଆ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା। ପିଏମ କିଷାନ ଯୋଜନାରେ ଟଙ୍କା ପଠାଇଛି କେନ୍ଦ୍ର। ଚାଷୀଙ୍କ ଖାତାକୁ ଯାଇଛି ପିଏମ କିଷାନ କିସ୍ତି ଯୋଜନା। କାଳିଆ ଯୋଜନା ବିଷୟରେ କୃଷିମନ୍ତ୍ରୀ କହିଛନ୍ତି ଅପେକ୍ଷା କରନ୍ତୁ।

Leave A Reply

Your email address will not be published.