Odisha Link
Bridging the Missing Links in Odisha

ବଦଳୁଛି ଅଶାନ୍ତ ବାଲେଶ୍ୱରର ସ୍ଥିତି, ଆସନ୍ତାକାଲି ୪ଘଣ୍ଟା ପାଇଁ କୋହଳ ହେବ କର୍ଫ୍ୟୁ

ଓଏଲ୍‌ ବ୍ୟୁରୋ: ଅଶାନ୍ତ ହୋଇପଡ଼ିଛି ବାଲେଶ୍ବର ସହର। ଏହାକୁ ନଜରରେ ରଖି ସହରରେ ଲାଗିଛି ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ଏହା ସହ ବାଲେଶ୍ୱରରେ ଇଣ୍ଟରନେଟ ସେବାରେ କଟକଣା ଲାଗୁ କରା ଯାଇଛି। ତେବେ ବର୍ତ୍ତମାନ ପରିସ୍ଥିତି ପୂର୍ବ ଅପେକ୍ଷା ସୁଧୁରିଛି।

ଆସନ୍ତାକାଲି ସକାଳ ୭ଟାରୁ ଦିନ ୧୧ଟା ଯାଏଁ କର୍ଫ୍ୟୁ କୋହଳ କରାଯିବ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କର୍ଫ୍ୟୁ କୋହଳ ହେବ। ବ୍ୟାଙ୍କ ଓ ବିଭିନ୍ନ ଅନୁଷ୍ଠାନକୁ ଇଣ୍ଟରନେଟ ସେବା ଦିଆଯିବ। ୪ ଘଣ୍ଟା କର୍ଫ୍ୟୁ କୋହଳ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏସବୁ ମଧ୍ୟରେ ମହଙ୍ଗା ମାଡ଼ ହୋଇଛି। କର୍ଫ୍ୟୁ କାରଣରୁ ପରିବା ଦର ଆକାଶଛୁଆଁ ହୋଇଥିବାବେଳେ ପ୍ରାୟ ସବୁ ପରିବାର ଦର ୧୦୦ ଛୁଇଁଛି।

ସୂଚନା ଅନୁସାରେ, ବାଲେଶ୍ବରର ଶୂନହଟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଘଟଣା ସ୍ଥଳରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ଏଥିରେ ୪ରୁ ୫ ଜଣ ଆହତ ହୋଇଥିଲେ। ଏହାକୁ ନଜରରେ ରଖି ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ କରାଯାଇଥିଲା।

Leave A Reply

Your email address will not be published.