Odisha Link
Bridging the Missing Links in Odisha

କିଏ ହେବେ ବିରୋଧୀ ଦଳ ନେତା? ବିଜେଡି ବିଧାୟକ ଦଳ ବୈଠକରେ ଚାଲିଛି ଅଙ୍କକଷା

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଶପଥ ଗ୍ରହଣ ସମାରୋହ ଚାଲିଥିବାବେଳେ ଆଜି ବିଜେଡି ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି। ବୈଠକରେ ବିରୋଧୀ ଦଳ ନେତା ନିର୍ବାଚିତ ହେବେ। ଏହି କ୍ରମରେ ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡି ବିଧାୟକ ଦଳ ବୈଠକ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ହୋଇଛି। କିଏ ହେବେ ବିରୋଧୀ ଦଳ ନେତା, ବୈଠକରେ ହେବ ନିଷ୍ପତ୍ତି। ବୈଠକରେ ବିଜେଡି ପରାଜୟର କାରଣ ମଧ୍ୟ ଖୋଜାଯିବ। ପରାଜୟ ପଇଁ କେଉଁ କେଉଁ ପ୍ରସଙ୍ଗ ଫ୍ୟାକ୍ଟର ହେବ ସେ ନେଇ ଆଲୋଚନା କରାଯିବ ବୋଲି ସୂଚନା ରହିଛି। ତେବେ ଏଥର କିଏ ହେବେ ବିରୋଧୀ ଦଳ ନେତା ସେ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.