ଆସନ୍ତାକାଲି ବାଚସ୍ପତି ନିର୍ବାଚନ, ବିଜେପି ବିଧାୟକ ଦଳ ବୈଠକ ଆରମ୍ଭ
ଓଏଲ୍ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆଜି ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ବୈଠକରେ ବାଚସ୍ପତି ଚୟନ ନେଇ ଆଲୋଚନା ଜାରି ରହିଛି। ବୈଠକ ପରେ ନାମାଙ୍କନପତ୍ର ଭରିବେ ବାଚସ୍ପତି। ସୂଚନା ଅନୁସାରେ, ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବେ ବୋଲି ବିଜେପି ଘୋଷଣା କରିଥିବାବେଳେ ଆସନ୍ତାକାଲି ନିର୍ବାଚନ ହେବ।