Odisha Link
Bridging the Missing Links in Odisha

ସୋଆ ଗବେଷକଙ୍କ ଦ୍ୱାରା ସଂପାଦିତ ପୁସ୍ତକ ଉନ୍ମୋଚିତ

ଓଏଲ୍‌ ବ୍ୟୁରୋ: ‘ଆପ୍ଲିକେସନ୍‌ସ ଅଫ୍‌ ମେଟାଜେନୋମିକ୍ସ -ଏଗ୍ରିକଲ୍‌ଚର, ଏନ୍‌ଭାଇରନ୍‌ମେଂଟ ଆଣ୍ଡ ହେଲ୍‌ଥ’ ନାମକ ଏକ ପୁସ୍ତକକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ଉନ୍ମୋଚିତ କରିଛନ୍ତି । ଏହି ପୁସ୍ତକକୁ ସୋଆର ଗବେଷକ ପ୍ରଫେସର (ଡ.) ହୃଦୟନାଥ ଥାଟୋଇ ଓ ଅନ୍ୟ ଦୁଇ ଜଣ ଗବେଷକଙ୍କ ଦ୍ୱାରା ସମ୍ପାଦିତ ହୋଇଛି । ପ୍ରଫେସର (ଡ.) ଥାଟୋଇ ବର୍ତମାନ ସୋଆ ପରିଚାଳିତ ସେଂଟର ଫର୍‌ ଇଣ୍ଡିଷ୍ଟ୍ରିଆଲ୍‌ ବାୟୋଟେକ୍ନୋଲୋଜି (ସିଆଇବିଆର୍‌)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଏହି ଅବସରରେ ପ୍ରଫେସର (ଡ.) ଥାଟୋଇ କହିଥିଲେ ଯେ ଏହି ପୁସ୍ତକଟି ମୃତିକା, ଦୁଷିତ ପରିବେଶ, କୃଷି ତଥା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଉପଯୋଗୀ ହେବ ।

ଏହି ପୁସ୍ତକର ଅନ୍ୟ ଦୁଇଜଣ ସଂପାଦକ ହେଲେ ଓଡ଼ିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟର ବାୟୋଇନ୍‌ଫରମେଟିକ୍ସ ବିଭାଗର ମୁଖ୍ୟ ଡ. ସୁକାନ୍ତ କୁମାର ପ୍ରଧାନ ଓ କଟକ ସ୍ଥିତ ଆଇସିଏଆର-ନ୍ୟାସନାଲ ରାଇସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ବରିଷ୍ଠ ବୈଜ୍ଞାନିକ ଡ. ଉପେନ୍ଦ୍ର କୁମାର । ପୂର୍ବରୁ ପ୍ରଫେସର ଥାଟୋଇ ଚେନ୍ନାଇ ସ୍ଥିତ ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ର ମ୍ୟାନ୍‌ଗ୍ରୋଭ୍‌ ବାୟୋଲୋଜିଷ୍ଟ ଓ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.