Odisha Link
Bridging the Missing Links in Odisha

ଭୟ ବଢ଼ାଉଛି ଡିପଥେରିଆ ରୋଗ, ଆଜିଠୁ ରାୟଗଡ଼ାରେ ଦିଆଯିବ ବୁଷ୍ଟର ଡୋଜ

ଓଏଲ୍‌ ବ୍ୟୁରୋ: ରାଜ୍ୟର କିଛି ଜିଲ୍ଲାରେ ଆତଙ୍କ ଖେଳାଉଛି ଡିପଥେରିଆ ରୋଗ। ସାମ୍ନାକୁ ଆସିଲା କାଶୀପୁରର ମୁନୁଷପଦରରେ ଗାଁରେ ବ୍ୟାପୀଥିବା ଅଜଣା ରୋଗରେ ମୃତ୍ୟୁର କାରଣ। ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛି ଭୁବନେଶ୍ବର ଆରଏମଆରସି। ଭୁବନେଶ୍ବର ସ୍ଥିତ ଆରଏମଆରସି ସ୍ୱତନ୍ତ୍ର ଡାକ୍ତରୀ ଦଳ ମୁନୁଷପଦର ଆସି ଅକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି।

ଡିପଥେରିଆ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ବଡ଼ ପଦକ୍ଷେପ ନେଇଛି। ରାୟଗଡ଼ା କାଶୀପୁରରେ ଆଜିଠୁ ବୁଷ୍ଟର ଡୋଜ ଦିଆଯିବ। ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ। ସେହିପରି ୫ରୁ ୧୫ ବର୍ଷ ବୟସ୍କଙ୍କୁ ଦିଆଯିବ ଟିଡି ଡୋଜ୍। ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି।

ଅନ୍ୟପଟେ, କିଛି ଜିଲ୍ଲାରେ ଡିପଥେରିଆ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଣ୍ଟିବାୟୋଟିକ୍ ଦ୍ୱାରା ଡିପଥେରିଆ ମୂଳପୋଛ ହୋଇପାରିବ। ଯେହେତୁ ଏହା ବାୟୁବାହିତ ରୋଗ, ଲୋକମାନେ ମାସ୍କ ପିନ୍ଧନ୍ତୁ। ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରୁ ୨୧ ରୋଗୀ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.