ବିଧାୟକଙ୍କ ଶପଥ ପାଠ ଉତ୍ସବ; ନିଜ ପରିବାର ସହ ବିଧାନସଭା ଗଲେ କଳିକେଶ ସିଂଦେଓ
![](https://www.odishalink.com/wp-content/uploads/2024/06/WhatsApp-Image-2024-06-19-at-12.22.53-PM-750x430.jpeg)
ଓଏଲ୍ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଏସବୁ ଭିତରେ କାଲି ନବନିର୍ବାଚିତ ବିଧାୟକଙ୍କ ଶପଥପାଠ ହୋଇଥିବାବେଳେ ଆଜି ମଧ୍ୟ ଅନ୍ୟ କିଛି ନୂଆ ବିଧାୟକଙ୍କୁ ଶପଥ ପାଠ କରାଯିବ। ଏଥିପାଇଁ ନିଜ ନିଜ ପରିବାର ସହ ବିଧାନସଭାରେ ପହଞ୍ଚିଲେଣି ବିଧାୟକ। ଏହି କ୍ରମରେ ବିଧାନସଭାରେ ପହଞ୍ଚିଛନ୍ତି ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ସିଂଦେଓ। ତାଙ୍କ ସହ ତାଙ୍କ ପରିବାର ମଧ୍ୟ ବିଧାନସଭାକୁ ପ୍ରବେଶ କରିଛନ୍ତି। ପାରଳାଖେମୁଣ୍ଡି ବିଜେଡ଼ି ବିଧାୟକ ରୁପେଶ ପାଣିଗ୍ରାହୀ ମଧ୍ୟ ତାଙ୍କ ପରିବାର ସହ ବିଧାୟକ ଭାବେ ଶପଥ ଗ୍ରହଣ କରିବାକୁ ବିଧାନସଭାକୁ ପ୍ରବେଶ କରିଛନ୍ତି। ବିଧାନସଭାରେ କାମଚଳା ବାଚସ୍ପତି ଭାବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶପଥ ପାଠ କରାଉଛନ୍ତି ।