Odisha Link
Bridging the Missing Links in Odisha

ପୁଣି ତେଜିଲା ମହାନଦୀ ବିବାଦ; ଶାସକ ଓ ବିରୋଧୀ କଥା କଟାକଟି

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ହେଲେ ଏବେବି ମହାନଦୀ ଜଳକୁ ନେଇ ଥମିନାହିଁ ବିବାଦ। ମହାନଦୀ ଜଳ ପ୍ରସଙ୍ଗକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ମଧ୍ୟରେ କଥା କଟାକଟି ହୋଇଛି। ବିରୋଧୀ ଦଳ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ଦେଇ କହିଛନ୍ତି, ରାଜ୍ୟ, କେନ୍ଦ୍ର ଓ ପଡୋଶୀ ଛତିଶଗଡରେ ସମାନ ସରକାର। ରାଜ୍ୟ ସରକାର ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ପ୍ରସଙ୍ଗର ସମାଧାନ ଲାଗି ଚେଷ୍ଟା କରିବେ।

ଛତିଶଗଡରେ ଡ୍ୟାମ୍ ସବୁ ହେବା ପରେ ମହାନଦୀ ଶୁଖିଲା ପଡିଛି। ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିଲେ ଭଲ। କିନ୍ତୁ ସେଥିପାଇଁ ମାନସିକତା ରହିବା ଦରକାର ବୋଲି କହି ତେରେଛା ବାଣ ମାରିଛନ୍ତି ବିଜେଡି ବିଧାୟକ। ସେପଟେ ବିଜେଡି ବିଧାୟକଙ୍କ କଥାରେ ଜବାବ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ସେ କହିଛନ୍ତି, ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ଏବେ ଜାଣିଲେ କି ମହାନଦୀ ଶୁଖିଗଲା ବୋଲି?

ମହାନଦୀର, ଓଡ଼ିଶାର ସ୍ୱାର୍ଥ ପାଇଁ କେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ କି? ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କୁ କେବେ ଏନେଇ ଅବଗତ କରାଇଥିଲେ କି ? ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ। ଏବେ ବହୁତ ବିଳମ୍ବ ହେଇସାରିଛି, ବହୁତ କ୍ଷତି ସହିଛି ଓଡ଼ିଶା । ତଥାପି ବିଜେପି ସରକାର ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବ ବୋଲି ରାଜସ୍ୱ ମନ୍ତ୍ରୀ ଦୋହରାଇଛନ୍ତି।

Leave A Reply

Your email address will not be published.