ଲୋକସେବା ଭବନରେ ମନ୍ତ୍ରୀଙ୍କ ନୂଆ ଠିକଣା, କେଉଁଠି ବସିବେ କିଏ ଜାଣନ୍ତୁ..
![](https://www.odishalink.com/wp-content/uploads/2024/06/lokseba-750x423.jpg)
ଓଏଲ୍ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ରାଜ୍ୟରେ ନୂଆ ସରକାର ଗଠନ ପରେ ଲୋକସେବା ଭବନରେ ମନ୍ତ୍ରୀମାନଙ୍କୁ ରୁମ୍ ଆବଣ୍ଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ମନ୍ତ୍ରୀମଣ୍ଡଳରେ ୧୫ ଜଣ ସଦସ୍ୟଙ୍କୁ ସାମିଲ କରିଥିବା ବେଳେ ଏଥିରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହି କ୍ରମରେ ମୋଟ ୧୫ଜଣ ମନ୍ତ୍ରୀଙ୍କୁ ଲୋକସେବା ଭବନର ମନ୍ତ୍ରୀ କରିଡରର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଫିସ୍ ଚାମ୍ୱର ଆଲର୍ଟ ହୋଇଛି।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ମହଲାରେ ୬ ଜଣ ମନ୍ତ୍ରୀଙ୍କ ଚାମ୍ୱର ରହିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲାର ମନ୍ତ୍ରୀ କରିଡରରେ ରୁମ୍ ନମ୍ୱର ୨୩ ଓ ୨୪ ଆବଂଟିତ ହୋଇଛି। ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଲୋକସେବା ଭବନର ପ୍ରଥମ ମହଲାର ମନ୍ତ୍ରୀ କରିଡରରେ ରୁମ ନମ୍ୱର ୧୬,୧୭ ଓ ୧୮ ନମ୍ୱର ରୁମ୍ ଆବଂଟିତ ହୋଇଛି।